କ୍ରୀଡ଼ା

ଆଇସିସି ଟି-୨୦ ରେଟିଙ୍ଗ : ଦ୍ୱିତୀୟ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ

 ନୂଆଦିଲ୍ଲୀ, ୦୩/୦୮/୨୦୨୨ – ଆଇସିସି ତରଫରୁ ପ୍ରକାଶ ପାଇଛି ଟି-୨୦ ଫର୍ମାଟର ନୂଆ ରେଟିଙ୍ଗ । ଏହି ନୂଆ ତାଲିକାରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୪୪ ବଲ୍ ଖେଳି ୧୭୨ ଷ୍ଟ୍ରାଇକ ରେଟ୍ ସହ ୭୬ ରନର ଧମାକାଦାର ପାଳି ସିଧା ରାଙ୍କିଙ୍ଗର ଶୀର୍ଷ ସ୍ଥାନ ପାଖରେ ପହଞ୍ଚି ଯାଇଛନ୍ତି ଟିମ ଇଣ୍ଡିଆର ସୂର୍ଯ୍ୟକୁମାର ଯାଦବ । ଏକ ଲମ୍ବ ଡିଆଁ ମାରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ସୂର୍ଯ୍ୟକୁମାର । ଏହି ତାଲିକାରେ ୮୧୮ ପଏଣ୍ଟ ସହ ବାବର ପ୍ରଥମ ସ୍ଥାନରେ ରହିଥିବା ବେଳେ ସୂର୍ଯ୍ୟ କୁମାର ୮୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଅନ୍ୟ ପକ୍ଷରେ ଭାରତର ପୂର୍ବ ଅଧିନାୟକ ବିରାଟ କୋହଲି ତାଲିକାରେ ୫୩୯ ପଏଣ୍ଟ ସହ ୨୮ତମ ସ୍ଥାନକୁ ଖସି ଆସିଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ୫୯୮ ପଏଣ୍ଟ ସହିତ ତାଲିକାର ୧୬ତମ ସ୍ଥାନରେ ରହିଥିବାବେଳେ  ଇଶାନ କିଶାନ ୧୪ ଏବଂ କେ.ଏଲ ରାହୁଲ ୨୦ତମ ସ୍ଥାନରେ ରହିଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com