ଓଡ଼ିଶା

ଆନ୍ତରାଜ୍ୟ ବ୍ରାଉନସୁଗାର ସିଣ୍ଡିକେଟ୍‌ର ୩ ଗିରପ, ୩ କୋଟି ଟଙ୍କାର ଚୋରା ବ୍ରାଉନ ସୁଗାର ଜବତ

ପୁରୀ: ଆନ୍ତରାଜ୍ୟ ଡ଼୍ରଗ୍ସ କାରବାରରେ ଜଡ଼ିତ ଏକ ଗ୍ୟାଙ୍ଗ୍‌ର ୩ଜଣଙ୍କଠାରୁ ପୁୂରୀ ପୋଲିସ ୩ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି । ପୁରୀ ମଙ୍ଗଳାଘାଟ ଛଳରେ ଆଗୁଆ ସୂଚନା ଆଧାରରେ ପୋଲିସ ଗାଡ଼ି ଯାଞ୍ଚ ବେଳେ ୩ କେଜିରରୁ ଅଧିକ ଧଳା ଜହର ଜବତ କରିଛି । । ଏଥିସହିତ ୨୦ ହଜାରରୁ ଅଧିକ ଟଙ୍କା , ୪ଟି ମୋବାଇଲ ଫୋନ , କାଉଣ୍ଟିଂ ମେସିନ, ଏବଂ ଏକ ମାରୁତି ଅଲଟୋ ମଧ୍ୟ ଜବତ କରିଛି । ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିବା ସହ ଦୁଇ ଜଣଙ୍କୁୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଏସପି କେ.ବି.ସିଂ ସୂଚନା ଦେଇଛନ୍ତି । । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁଜିତ କୁମାର ପଟ୍ଟନାୟକ। ରାଜଧାନୀରୁ ପୁରୀକୁ ଆସୁଥିଲା ବ୍ରାଉନସୁଗାର । ଭୁବନେଶ୍ୱରରୁ ଅଲଟୋ ଗାଡ଼ିରେ ବ୍ରାଉନସୁଗାର ଆସୁଥିବା ବାସେଲି ସାହି ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। କେବଳ ଏହି ୩ ଜଣ ନୁହନନ୍ତି ଏମାନଙ୍କ ପଛରେ ଏକ ବଡ଼ଧରଣର ସିଣ୍ଡିକେଟ୍ କାମକରୁଥିବା ଏସ୍ପି ସୂଚନା ଦେଇଛନ୍ତି । ବଡ଼ କଥାର ହେଲା ଏହି ସିଣ୍ଡିକେଟ୍ ସାରା ଦେଶରେ ବିଭିନ୍ନ ରାଜ୍ୟରେ ତାର କାୟା ମେଲାଇଛି । ଯଦିଓ ପୋଲିସ ପାଖରେ ଏସବୁର ତଥ୍ୟ ପହଞ୍ଚି ସାରଲାଣି ତଦନ୍ତରେ ବାଧା ଉପୁଜିବା ସଙ୍କାରେ ପୋଲିସ ଅଧିକ ସୂଚନା ଦେବାକୁ ମନା କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com