ଓଡ଼ିଶା

୩୦ ଫୁଟ୍‌ କୂଅରୁ ଉଦ୍ଧାର ହେଲେ ବ୍ୟକ୍ତି, ସଫା କରିବା ପାଇଁ ଓହ୍ଲାଇଥିଲେ ଜଗବନ୍ଧୁ

ମୋରଡ଼ା: କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି । ୩୦ ଫୁଟ୍‌ କୂଅ ଭିତରୁ ଗଳିପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଳକ ଅଧୀନ ଝାଟିଅଡା ପଞ୍ଚାୟତର ଝାଟିଅଡା ଗାଁରେ ଏଭଳି ଘଟଣା ଘଟିଛି।

ଖବର ଅନୁଯାୟୀ,  ଗାଁର ଜଗବନ୍ଧୁ ଲେଙ୍କା(୫୨) ଏକ ପରିତ୍ୟକ୍ତ କୂଅ ଭିତରକୁ ସଫା କରିବା ପାଇଁ ଓହ୍ଲାଇ ଥିବା ବେଳେ ହଠାତ୍ ଗୋଡ ଖସି କୂଅ ଭିତରକୁ ଗଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରାସଗୋବିନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ଉଦ୍ଧାର କରିଛି। ତେବେ ୩୦ ଫୁଟ ଗଭୀର କୂଅରେ ଅମ୍ଳଜାନ ଅଭାବରୁ ଅଣନିଶ୍ଵାସୀ ହୋଇ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com