କ୍ରୀଡ଼ା

ଫ୍ଲୋରିଡାରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଶେଷ ୨ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ, ୦୪/୦୮/୨୦୨୨-  ଅନିଶ୍ଚିତତା ଭିତରେ ଭାରତ-ୱେଷ୍ଟଇଣ୍ଡିଜ ଶେଷ ୨ ଟି-୨୦ ମ୍ୟାଚକୁ ନେଇ ସ୍ପଷ୍ଟ ସୂଚନା ଆସିଛି । ଅଗଷ୍ଟ ୬ ଏବଂ ୭ ତାରିଖରେ ଆମେରିକାର ଫ୍ଲୋରିଡାରେ ଏହି ଦୁଇ ମ୍ୟାଚ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । ଉଭୟ ମ୍ୟାଚ ଆମେରିକାରେ ଖେଳାଯିବାକୁ ଥିବା ବେଳେ କୌଣସି ଖେଳାଳିଙ୍କୁ ସେଠାକୁ ଯାତ୍ରା ପାଇଁ ଭିସା ମିଳିପାରି ନଥିଲା । ପରେ ଗୁୟାନାର ଜର୍ଜ ଟାଉନରେ ଆମେରିକାର ଦୂତାବାସରେ ଇଣ୍ଟରଭ୍ୟୁ କରାଯାଇଥିଲା । ଏହି ଇଣ୍ଟରଭ୍ୟୁରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ସାମିଲ ଥିଲେ । ଗୁୟାନା ସରକାରଙ୍କ ହସ୍ତକ୍ଷେପ ପରେ ଉଭୟ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମାନଙ୍କ ଭିସା ସମସ୍ୟା ଦୂର ହୋଇଛି । ତେବେ ରବିନ୍ଦ୍ର ଜାଡେ ଜା, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ ଏବଂ ରବିଚନ୍ଦ୍ରନ ଅଶ୍ୱୀନ ମିୟାମୀରେ ପହଞ୍ଚି ସାରିଛନ୍ତି । ଗୁରୁବାର ରାତି ସୁଦ୍ଧା ସେମାନେ ଟିମ ସହ ସାମିଲ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com