କ୍ରୀଡ଼ା

ଆନ୍ତର୍ଜାତିକ ତାଏକୋଣ୍ଡ ପ୍ରତିଯୋଗିତା ପାଇଁ ଶୁଭଙ୍କର ସମରଜିତ୍ ଚକ୍ର ମନୋନୀତ

ଘଷିପୁରା, ୦୫/୦୯/୨୦୨୨-   ଘସିପୁରା ବ୍ଳକ୍ ଗଡ଼ବାନ୍ଧଗୋଡ଼ାର ଶୁଭଙ୍କର ସମରଜିତ୍ ଚକ୍ର ଭାରତୀୟ ତାଏକୋଣ୍ଡ ଆସୋସିଏସନ୍ ଓଡ଼ିଶା ପକ୍ଷରୁ ମାଲେସିଆ ଠାରେ ହେବାକୁ ଥିବା ଆନ୍ତର୍ଜାତିକ ତାଏକୋଣ୍ଡ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଏଥପାଇଁ ସେ ମାଲେସିଆ ଗସ୍ତ କରିଛନ୍ତି । ଶୁଭଙ୍କର ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଇଂରାଜୀ ସମ୍ମାନର ଛାତ୍ର । ସେ ବିଭିନ୍ନ ସମୟରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ତାଏକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ସମରଜିତ୍‌ଙ୍କ ମାଲେସିଆ ଗସ୍ତକୁ ନେଇ ବାପା ଆଇନଜୀବୀ ବିଚିତ୍ର କୁମାର ଚକ୍ର ତାଙ୍କର ସଫଳତା କାମନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com