ବାଣିଜ୍ୟ

ରାଜ୍ୟ ସରକାର ବଢ଼ାଇଲେ ୩ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୯/୦୯/୨୦୨୨-  ଦଶହରା ପୂର୍ବରୁ ରାଜ୍ୟ ସରକାର ଦେଲେ ଭେଟି । ୩ ପ୍ରତିଶତ ବଢିଲା କର୍ମଚାରୀଙ୍କ ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ଭତ୍ତା ପିଛିଲା  ଭାବେ ୨୦୨୨ ଜାନୁଆରୀରୁ ଲାଗୁ କରାଯାଇଛି ।

ସେହିପରି ସଂଶୋଧିତ ହାରରେ  ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି । କର୍ମଚାରୀ ଓ ପେନସନଭୋଗୀ ମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ପାଇବେ । ଏହା ଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏନେଇ ସମସ୍ତ ସରକାରୀ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com