ବାଣିଜ୍ୟ

ବଢ଼ିଲା ହକି ଖେଳାଳିଙ୍କ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର, ୦୭/୧୧/୨୦୨୨-   ହକି ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି । ହକି ଇଣ୍ଡିଆ ସୋମବାର ଏନେଇ ଘୋଷଣା କରିଛି । ଏଣିକି ପ୍ରତ୍ୟେକ ମ୍ୟାଚ ବିଜୟ ପାଇଁ ଟିମକୁ ମିଳିବ ୫୦ ହଜାର ଟଙ୍କା । ସେହିଭଳି ଖେଳରେ ସହାୟତା ପ୍ରଦାନ କରୁଥିବା ସପୋର୍ଟିଂ ଷ୍ଟାଫ୍‌ଙ୍କୁ ମଧ୍ୟ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ନଗଦ ପ୍ରୋତ୍ସାହନ ଖେଳାଳିମାନଙ୍କୁ ବାର୍ଷିକ ପାଉଣାରେ ପ୍ରଦାନ କରାଯିବ । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ଗଠିତ କମିଟି ଏଭଳି ନିଷ୍ପତ୍ତି ନେଇଛି ।

ଏହି ଅବସରରେ ଦିଲୀପ କହିଛନ୍ତି ଯେ ହକି ଇଣ୍ଡିଆର ସର୍ବସମ୍ମତି କ୍ରମେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ପ୍ରଦାନ କରାଯିବ। ଏହି ଘୋଷଣା ଜାନୁଆରୀରେ ହେବାକୁ ଥିବା ବିଶ୍ୱକପ ଏବଂ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଦଳର ମନୋବଳ ବୃଦ୍ଧି କରିବ। ଏହି ନିଷ୍ପତ୍ତି ଭାରତୀୟ ଦଳର ବିଜୟ ପାଇଁ କଠିନ ପରିଶ୍ରମ କରୁଥିବା ଯୁବ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ। ଏକ ସପ୍ତାହ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଜୁନିୟର ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଜୋହର କପ୍‌ରେ ସଫଳତା ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com