ଅନ୍ୟାନ୍ୟ

ଆଜି BMCର ନୂଆ ବିଲ୍ଡିଂ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୦୨/୨୦୨୩ –   ଗୁରୁବାର BMCର ନୂଆ ବିଲ୍ଡିଂ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟା ବେଳେ ମୁଖ୍ୟମନ୍ତ୍ରୀ ଏହି ICOMC ବିଲ୍ଡିଂର BMC କାର୍ଯ୍ୟାଳୟ ଉଦ୍‌‌ଘାଟନ କରିବେ । ଏହା ସହିତ BMC ପକ୍ଷରୁ ପ୍ରସ୍ତୁତ ‘ସଫା’ ଆପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ । ପରେ ସେଠାରେ ଇଣ୍ଟିଗ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର-ICOMC ହଲ ପରିଦର୍ଶନ ଏବଂ ମେୟର ଓ କର୍ପୋରେଟରମାନଙ୍କ ସହ ଗ୍ରୁପ ଫଟୋ ଉଠାଇବା କାର୍ଯ୍ୟକ୍ରମ ରହିଛି ।

ଏହାପରେ କଳ୍ପନା ଛକରୁ ସତ୍ୟନଗର ସ୍ଥିତ ଏହି ୧୨ମହଲା ବିଶିଷ୍ଟ କୋଠାକୁ BMC କାର୍ଯ୍ୟାଳୟ ସ୍ଥାନାନ୍ତର ହେବ । BMC କାର୍ଯ୍ୟାଳୟର ଠିକଣା ବଦଳିବ । ଏହି ବିଲ୍ଡିଂରେ ରାଜ୍ୟର କଳା ସଂସ୍କୃତିର ଝଲକ ରହିଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ପାଞ୍ଚମହଲାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ଏହି ୫ ମହଲାରେ ବିଭିନ୍ନ ସଂସ୍ଥା ସେମାନଙ୍କର ଅଫିସ ଆଦି କରିବା ସହ ଏ ବବାଦକୁ ଅର୍ଥ ପ୍ରଦାନ କରିବେ ।

ସେହିପରି BMCକୁ ଏଠାରେ ୩ଟି ଫ୍ଲୋର୍‌‌ ମିଳିଥିବା ବେଳେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଗୋଟିଏ ମହଲାରେ ରହିବ। ଏହା ବ୍ୟତୀତ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ର କାର୍ଯ୍ୟାଳୟ ଗୋଟିଏ ମହଲାରେ ରହିବା ସହିତ ପାର୍କିଂ ପାଇଁ ଗୋଟିଏ ମହଲା ବ୍ୟବହୃତ ହେବ। BMC ପାଇଁ ଏଠାରେ ଏକ ସ୍ୱତନ୍ତ୍ର ସମ୍ମିଳନୀ କକ୍ଷ କରାଯାଇଛି । ଏଠାରେ ବିଏମସି କର୍ପୋରେସନ ବୈଠକ ବିଲ୍ଡିଂରେ ପର୍ଯ୍ୟାପ୍ତ ପାର୍କିଂ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧା ମଧ୍ୟ ରହିବ।

ସେହିଭଳି କଳ୍ପନା ଛକରୁ BMC ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର ପରେ ସାମନ୍ତରାପୁର ଠାରେ ଭଡ଼ାରେ ଚାଲିଥିବା ବିଏମସିର ଦକ୍ଷିଣ-ପୂର୍ବ ଜୋନାଲ କାର୍ଯ୍ୟାଳୟ କଳ୍ପନା ଛକସ୍ଥିତ ପୁରୁଣା ବିଏମସି କୋଠାକୁ ସ୍ଥାନାନ୍ତର ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com