ଅନ୍ୟାନ୍ୟ

ଋଷ ତରଫରୁ ଆଶ୍ୱସ୍ତି: ପ୍ରଭାବିତ ହେବନି ଭାରତ ସହ ହୋଇଥିବା ପୁରୁଣା ଡିଫେନ୍ସ ଡିଲ, ପହଞ୍ଚିବ ମିସାଇଲ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ବିପକ୍ଷରେ ଯୁଦ୍ଧ କାରଣରୁ ଋଷ ସହ ଏବେ ଅନେକ ଦେଶ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ୟାଙ୍କରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମେରିକା ସମେତ ଅନେକ ରାଷ୍ଟ୍ର ଦ୍ୱାରା ଋଷ ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ଏହି ସମୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି ଋଷ ରାଜଦୂତ ଡେନିସ ଅଲିପୋ । ଭାରତ-ଚୀନ ମଧ୍ୟରେ ହୋଇଥିବା ଡିଫେନ୍ସ ଡିଲ ଉପରେ ପ୍ରତିବନ୍ଧକର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ନିକଟରେ ଭାରତକୁ ଚୀନ ଏସ-୪୦୦ ନାମକ ମିସାଇଲ ସିଷ୍ଟମ ଯୋଗାଇବାର ଡିଲ ହୋଇଥିଲା । ତେବେ ଏହାର ଡେଲିଭରି ଉପରେ ମଧ୍ୟ ପ୍ରତିବନ୍ଧକର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏହି ପ୍ରଶ୍ନ ଉପରୁ ପରଦା ଉଠାଇଛନ୍ତି ରାଜଦୂତ ଡେନିସ ଅଲିପୋ । ଏସ-୪୦୦ ମିସାଇଲ ଡେଲିଭରିରେ କୌଣସି ପ୍ରକାରର ବାଧା ଉପୁଜିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଏହି ସୌଦାକୁ ଜାରି ରଖିବା ପାଇଁ ଅନେକ ରାସ୍ତା ରହିଛି ବୋଲି କହିଛନ୍ତି ଋଷର ରାଜଦୂତ ।
ଏହା ସହିତ ଖାରକିଭରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବା ସହିତ ମାମଲାର ତଦନ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି ଅଲିପୋ । ସେପଟେ ଆମେରିକା ରଫରୁ ଋଷ ଉପରେ ଲଗାଯାଇଥିବା ଅନ୍ୟାନ୍ୟ କଟକଣା ସେ ଉପରେ ଆଲୋଚନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com